Author: TRUPTIMAYEE SAHOO

ଉତ୍କଳର ଶ୍ରେଷ୍ଠ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବେ ଗଜପତି ମହାରାଜାଙ୍କ ସ୍ଥାନ ଓଡ଼ିଆ ଜାତିର ହୃଦୟରେ ସର୍ବୋପରି। ରାଜତନ୍ତ୍ର ଚାଲିଯାଇଥିଲେ ମଧ୍ୟ ଓଡ଼ିଶାର ରାଜ ପରମ୍ପରା, ସଂସ୍କୃତି ଓ ଧାର୍ମିକ ବିଧିବିଧାନରେ ଗଜପତିଙ୍କ ରାଜକୀୟ ଉପସ୍ଥିତି ଆଜି ବି ଅତୁଟ ରହିଛି। ଏହି ପରିପ୍ରେକ୍ଷୀରେ ଗଜପତି ମହାରାଜାଙ୍କ ଶହ ଶହ ବର୍ଷ ପୁରୁଣା ଐତିହାସିକ ସିଂହାସନ ଏବେ ପୁଣି ଥରେ ଲୋକଲୋଚନକୁ ଆସିଛି। ସୁନା ଏବଂ ରୂପାର ଅପୂର୍ବ କାରୁକାର୍ଯ୍ୟରେ ନିର୍ମିତ ଏହି ମହିମାମଣ୍ଡିତ ସିଂହାସନ କେବଳ ଏକ ରାଜକୀୟ ଆସନ ନୁହେଁ, ବରଂ ଏହା ଓଡ଼ିଶାର ବୀରତ୍ୱ, ଧର୍ମ, ପରମ୍ପରା ଏବଂ ବହୁ ଐତିହାସିକ ଉତ୍ଥାନ-ପତନର ଏକ ମୂକ ସାକ୍ଷୀ। ଆଜି ଏହି ସିଂହାସନର ଅଜଣା ଇତିହାସ ଏବଂ ମହତ୍ତ୍ୱ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଛି। ଅନେକ ଯୁଗର ନୀରବ ସାକ୍ଷୀ ଏହି ରାଜସିଂହାସନ ଗଜପତି ମହାରାଜାଙ୍କ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁଙ୍କ କହିବା ଅନୁସାରେ, ଏହି ସିଂହାସନ କେବଳ…

Read More