Author: TRUPTIMAYEE SAHOO

କଙ୍ଗାରେ ମିଳିତ ଜାତିସଂଘ (UN) ଶାନ୍ତିରକ୍ଷା ମିଶନ ସମୟରେ ଭାରତୀୟ ଏବଂ ପାକିସ୍ତାନୀ ସୈନିକଙ୍କ ଏକତ୍ର ଭାଙ୍ଗଡ଼ା ପ୍ରଦର୍ଶନ କରୁଥିବା ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି । ଏହି ପୁରୁଣା ଭିଡିଓ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ମେଜର ମନୀଷ ଭଟନାଗର ପାକିସ୍ତାନର ଭୂମିକା ଏବଂ କାରଗିଲ ଯୁଦ୍ଧ ସମୟରେ ଘଟିଥିବା ଘଟଣାବଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବତନ ମେଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ମେଜର ମନୀଷ ଭଟନାଗର ମନ୍ତବ୍ୟ ଦେଇଛନ୍ତି ଯେ ,ଏହା ହେଉଛି ଜାତିସଂଘ ମିଶନର ବାସ୍ତବତା, ଯେଉଁଠାରେ ଭାରତୀୟ ଏବଂ ପାକିସ୍ତାନୀ ସୈନିକଙ୍କୁ ଏକାଠି ଭାଙ୍ଗଡ଼ା ପ୍ରଦର୍ଶନ କରୁଥିବା ଦେଖାଯାଉଛି । ସେ ଲେଖିଛନ୍ତି ଯେ ଉତ୍ସବ ପାଳନ କରିବା ପରିବର୍ତ୍ତେ, କାହାକୁ ପାକିସ୍ତାନକୁ ପଚାରିବା ପାଇଁ ସାହସ ରହିବା…

Read More