Author: TRUPTIMAYEE SAHOO

ଗୁଳି ବିନିମୟରେ ଯବାନ ସହିଦ ସୀମାନ୍ତରେ ପୁଣି ହିଂସ୍ର ହୋଇଉଠିଛନ୍ତି ମାଓବାଦୀ। ପୁଲିସର ଘନଘନ ଚଢ଼ାଉରେ ମାଓବାଦୀ ଏବେ ରକ୍ତମୁଖା। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ କରିବା ପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଘଟଣାକ୍ରମରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇ ମୁଣ୍ଡ ଗଡ଼ାଇଛନ୍ତି ମାଓବାଦୀ। ଭେରମଗଡ ଥାନା ଅଂଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଂଚଳରୁ ମାଓବାଦୀ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ଗୁରୁବାର ସକାଳେ ଦୁଇ ଜଣଙ୍କର ଶବ ସେମାନଙ୍କ ଅଂଚଳରେ ପଡିଥିବା ଲୋକେ ଦେଖିଥିଲେ। ଓଡ଼ିଶା, ଛତିଶଗଡ଼,…

Read More