Author: TRUPTIMAYEE SAHOO
କହୁଛି ଓଡ଼ିଶାର ଗୌରବମୟ ଇତିହାସ, କଳା ଓ ସଂସ୍କୃତିର ଗାଥା ହରିୟାଣାର କୁରୁକ୍ଷେତ୍ରରେ ଆରମ୍ଭ ହୋଇଛି ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ। ଚଳିତ ବର୍ଷ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ମହୋତ୍ସବରେ ଯୋଗଦେଇଥିବା ବେଳେ ଓଡିଶା ଷ୍ଟେଟ୍ ପାର୍ଟନରଭାବେ ଯୋଗଦେଇଛି। ଗୁରୁବାର କୁରୁକ୍ଷେତ୍ରର ପବିତ୍ର ଭୂମିରେ ଆୟୋଜିତ ହେଉଥିବା ଏହି ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଭବ୍ୟ ଆକାରରେ ନିର୍ମାଣ କରାଯାଇଥିବା “ଓଡ଼ିଶା ମଣ୍ଡପ” ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ସମାରୋହରେ ହରିୟାଣାର ରାଜସ୍ୱ ମନ୍ତ୍ରୀ ବିପୁଲ ଗୋୟଲ ଓ ନୂଆଦିଲ୍ଲୀସ୍ଥିତ ଓଡ଼ିଶାର ପ୍ରିନସିପାଲ୍ ରେସିଡେଣ୍ଟ କମିଶନର ବିଶାଲ ଗଗନ ଉପସ୍ଥିତ ଥିଲେ। ଗୀତା ମହୋତ୍ସବରେ ଉଦ୍ଘାଟିତ ହୋଇଥିବା ଓଡ଼ିଶା ମଣ୍ଡପରେ ଓଡ଼ିଶାର ଗୌରବମୟ ଇତିହାସ, କଳା, ସଂସ୍କୃତି ଏବଂ ଐତିହ୍ୟ ଆଦିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ର, ଚାନ୍ଦୁଆ, ରୌପ୍ୟ ତାରକସି କାର୍ଯ୍ୟ ଏବଂ ବିଭିନ୍ନ ପ୍ରସିଦ୍ଧ କାରୁକାର୍ଯ୍ୟକୁ ମଧ୍ୟ ଓଡ଼ିଶା ମଣ୍ଡପରେ ସ୍ଥାନିତ କରାଯାଇଛି। ଏଥିସହ…
