ନାଗପୁରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ପେପର ଲିକ୍ ହେବ ପରେ କରିଛନ୍ତି ଆତ୍ମହତ୍ୟା । ଏଭଳି ସମ୍ବେଦନ ଶିଳ ଘଟଣାରେ ଏଭଳି ଅଭିଯୋଗ ଆସିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଗତ ୧୨ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ଉପରେ ହୋଇଥିବା ଅନ୍ୟାୟ ପାଇଁ ଯୁବପିଢ଼ିର ଏକ ସମ୍ପୂର୍ଣ୍ଣ ପିଢ଼ି ମୂଲ୍ୟ ଦେଉଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଦୃଢ଼ ଭାବରେ କହିଥିଲେ ଯେ “ଛାତ୍ରଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ମୋଦିଙ୍କ ଦୁର୍ନୀତିଗ୍ରସ୍ତ ଏବଂ ଭଙ୍ଗା ବ୍ୟବସ୍ଥାର ପରିଣାମ।”
କିଷାନ କ୍ରେଡ଼ିଟ୍ କାର୍ଡ଼ରେ ୩ଲକ୍ଷ ଟଙ୍କାର ଋଣ
![]()
ରାହୁଲ ଗାନ୍ଧୀ ‘X’ ରେ ପୋଷ୍ଟ କରିଥିଲେ : “ଆକାଂକ୍ଷା ଡାକ୍ତର ହୋଇ ଦେଶ ଏବଂ ସମାଜର ସେବା କରିବାକୁ ଚାହୁଁଥିଲେ । ଆକାଂକ୍ଷାଙ୍କ ବାପା ଜଣେ ଚାଷୀ । ତାଙ୍କ ଝିଅର ଡାକ୍ତର ହେବା ସ୍ୱପ୍ନ ପୂରଣ କରିବା ପାଇଁ, ସେ ତାଙ୍କ କିଷାନ କ୍ରେଡିଟ୍ କାର୍ଡ ଉପରେ ୩ଲକ୍ଷ ଟଙ୍କାର ଋଣ ନେଇଥିଲେ । ସେ ନିଜେ ନାଗପୁରରେ ରୋଷେୟା ଭାବରେ ଚାକିରି ମଧ୍ୟ କରିଥିଲେ ଯାହାଦ୍ୱାରା ତାଙ୍କ ଝିଅ ସେଠାରେ କୋଚିଂ କ୍ଲାସରେ ପଢିପାରିବେ।”
ସୁଧାର ନାହିଁ, ନ୍ୟାୟ ନାହିଁ : ରାହୁଲ ଗାନ୍ଧୀ
ରାହୁଲ କହିଛନ୍ତି : “ଜଣେ ପିତା ହିସାବରେ ତାଙ୍କ ଦ୍ୱାରା ସମ୍ଭବୀକ ସବୁକିଛି କରିଥିଲେ । ତା’ପରେ, NEET ପେପର ଲିକ୍ ହୋଇଗଲା । ପରୀକ୍ଷା ବାତିଲ ହୋଇଗଲା । ସେହି ଅନିଶ୍ଚିତତା ମଧ୍ୟରେ, ଆକାଂକ୍ଷା ଆମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ।” ଲୋକସଭାରେ ବିରୋଧୀ ଦଳ ନେତା ଆହୁରି କହିଛନ୍ତି : “ଏବଂ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ? ସେ ଆଜି ମଧ୍ୟ ତାଙ୍କ ଆସନରେ ଅଛନ୍ତି । ସେହି କମିଟି । ସେହି ବଦଳି । ସେହି ତଦନ୍ତ । କୌଣସି ସୁଧାର ଆସିପାରୁ ନାହିଁ କି ନ୍ୟାୟ ନାହିଁ।”
“ମୋଦୀ ଜୀ, କ୍ଷମତା ସ୍ଥାୟୀ ନୁହେଁ ; ଏହା ଆସେ ଏବଂ ଯାଏ । କିନ୍ତୁ ଆପଣ ଗତ ୧୨ବର୍ଷ ମଧ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଯେଉଁ ପରିମାଣରେ ନଷ୍ଟ କରିଛନ୍ତି ତାର ମୂଲ୍ୟ ଆଜି ଭାରତ ଯୁବପିଢ଼ିର ଏକ ସମ୍ପୂର୍ଣ୍ଣ ପିଢ଼ି ସୁଝୁଛି ।”
— ରାହୁଲ ଗାନ୍ଧୀ, କଂଗ୍ରେସ ନେତା
ଛାତ୍ରୀ ଡିପ୍ରେସନରେ ପଡ଼ିଲେ ; ଆତ୍ମହତ୍ୟା କଲେ
![]()
ବାସ୍ତବରେ, ଆକାଂକ୍ଷା ଚତୁର୍ବେଦୀ ମଧ୍ୟପ୍ରଦେଶର ମୌଗଞ୍ଜ ଜିଲ୍ଲାର ଜଣେ ଛାତ୍ରୀ ଥିଲେ । ଯିଏ NEET ପାଇଁ ପ୍ରସ୍ତୁତି କରୁଥିଲେ । ସେ ନାଗପୁରରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ପରେ ତେଜିଛି ରାଜନୀତି ହୋଇଛି । ବିଭିର୍ଣ୍ଣ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଅନିୟମିତତା ଏବଂ ପେପର ଲିକ୍ ରିପୋର୍ଟ ପରେ ଆକାଂକ୍ଷା ଡିପ୍ରେସନରେ ପଡ଼ିଯାଇଥିଲେ । ନାଗପୁରର ଏକ କୋଚିଂ ଇନଷ୍ଟିଚ୍ୟୁଟରେ ‘ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ (NEET) ପାଇଁ ପ୍ରସ୍ତୁତ ହେଉଥିବା ୧୮ବର୍ଷୀୟା ଛାତ୍ରୀଙ୍କୁ ମେ ୨୦ ତାରିଖରେ ତାଙ୍କ କୋଠରୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିଛି ଦିନ ପରେ, ପରିବାର ତାଙ୍କଠାରୁ ଏକ ହାତଲେଖା ଚିଠି ପାଇଲେ, ଯେଉଁଥିରେ ସେ ଡିପ୍ରେସନରେ ପଡ଼ିଥିବାର ପ୍ରକାଶ କରାଯାଇଥିଲା ।
‘ମାଆ ଏବଂ ବାପା ମୋତେ କ୍ଷମା କରନ୍ତୁ’
ନିଜ ଶେଷ ନୋଟରେ, ଆକାଂକ୍ଷା ଲେଖିଥିଲେ, “ମାଆ ଏବଂ ବାପା, ତୁମର ବିଶ୍ୱାସ ଥିଲା ଯେ ତୁମ ଝିଅ କଠିନ ପାଠ ପଢ଼ି ଡାକ୍ତର ହେବ, କିନ୍ତୁ ଏବେ ମୋର ଆଉ NEET ପରୀକ୍ଷା ଦେବାକୁ ସାହସ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ମୋର ପ୍ରଥମ ପ୍ରୟାସରେ ଭଲ ନମ୍ବର ରଖିଥିଲି, କିନ୍ତୁ ଏବେ ମୁଁ ପୁଣି ଭଲ ପ୍ରଦର୍ଶନ କରିପାରିବି କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ମାଆ ଏବଂ ବାପା ମୋତେ କ୍ଷମା କରନ୍ତୁ । ମୁଁ ସବୁକିଛି ନଷ୍ଟ କରିଦେଇଛି ।”
![]()
ଝିଅର ପଢ଼ା ପାଇଁ ରୋଷେୟା ଭାବରେ କାମ କରି ଯୋଗାଡ଼ିଥିଲେ ପାଣ୍ଠି
ଆକାଂକ୍ଷା ମୌଗଞ୍ଜ ଜିଲ୍ଲାର ମାଗାନିଆ ଗାଁର ବାସିନ୍ଦା । ତାଙ୍କ ବାପା, କୃଷ୍ଣ କୁମାର ଚୌବେ, ଜଣେ କ୍ଷୁଦ୍ର ଚାଷୀ । ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ ତାଙ୍କ ଝିଅର ଶିକ୍ଷା ପାଇଁ ପାଣ୍ଠି ଯୋଗାଇବା ପାଇଁ ବହୁ ଆର୍ଥିକ ଅସୁବିଧାର ସାମ୍ନା କରିବା ପରେ ଏକ ବଡ଼ ବାଜି ଖେଳିଥିଲେ ବାପା । ଚାଷ କରିବା ସହିତ, ସେ ନାଗପୁରରେ ରୋଷେଇଆ ଭାବରେ କାମ କରି ଘର ଖର୍ଚ୍ଚ ଏବଂ କୋଚିଂ ଫି ଭରଣା କରିବା ପାଇଁ ଆବଶ୍ୟକୀୟ ଟଙ୍କା ରୋଜଗାର କରୁଥିଲେ । ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି ଯେ, ଆକାଂକ୍ଷାଙ୍କ ପରୀକ୍ଷା ପ୍ରସ୍ତୁତି ଖର୍ଚ୍ଚ ଭରଣା କରିବା ପାଇଁ, ପରିବାର ସେମାନଙ୍କର ‘କିଷାନ କ୍ରେଡିଟ୍ କାର୍ଡ’ ବ୍ୟବହାର କରି ପ୍ରାୟ ୩ ଲକ୍ଷ ଟଙ୍କାର ଋଣ ନେଇଥିଲେ ଏବଂ ସମ୍ପର୍କୀୟଙ୍କଠାରୁ ମଧ୍ୟ ଆର୍ଥିକ ସହାୟତା ମାଗିଥିଲେ ।
Also read : https://purvapaksa.com/bihar-is-becoming-invaluable-for-india-fertility-rate-is-low-in-many-states/


