Author: TRUPTIMAYEE SAHOO

୫.୪%କୁ କମିଲା ଅଭିବୃଦ୍ଧି ହାର ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ୬ ଜଣିଆ ମୁଦ୍ରା ନୀତି କମିଟିର ଏକ ବୈଠକ ବସିଥିଲା। ଏଥିରେ ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରଖିବାକୁ ୪ ଜଣ ସଦସ୍ୟ ମତ ଦେଇଥିଲେ ଓ ୨ ଜଣ ଏହାକୁ ବିରୋଧ କରିଥିଲେ। ତେଣୁ ସଂଖ୍ୟାଧିକ ମତ ଅନୁସାରେ ନିଷ୍ପତ୍ତି ହେଲା ଯେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିବ। ଅଭିବୃଦ୍ଧି ହାର ଆକଳନ ହ୍ରାସ ପାଉଥିବା ସତ୍ତ୍ୱେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ରେପୋ ରେଟ୍‌ ଅପରିବର୍ତ୍ତିତ ରହିବା ଅର୍ଥ ବ୍ୟାଙ୍କ ଋଣର ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। ପୁଞ୍ଜି…

Read More