Author: TRUPTIMAYEE SAHOO

ତ୍ୱରିତ ନ୍ୟାୟ ପ୍ରଦାନରେ ରେକର୍ଡ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଣେ ୯ ବର୍ଷର ନାବାଳିକାଙ୍କୁ କୁକର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୯ ବର୍ଷ ବୟସ୍କ ବ୍ୟକ୍ତିକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଚଳିତ ବର୍ଷ ଅକ୍ଟୋବର ମାସରେ ପଶ୍ଚିମବଙ୍ଗର ଜୟନଗରରେ ଜଣେ ୯ ବର୍ଷୀୟା ନାବାଳିକାଙ୍କୁ କୁକର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ଦୁଇ ମାସର ଦ୍ରୁତ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ଶୁକ୍ରବାର ତାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ପଶ୍ଚିମବଙ୍ଗର ବାରୁଇପୁରର ଫାଷ୍ଟଟ୍ରାକ୍ କୋର୍ଟ ଦୋଷୀ ମୁସ୍ତାକିନ ସର୍ଦ୍ଦାରକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ମାତ୍ର ୬୧ ଦିନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଦଣ୍ଡାଦେଶକୁ ପଶ୍ଚିମବଙ୍ଗର ନ୍ୟାୟିକ ଇତିହାସରେ ବିରଳ ବୋଲି ବର୍ଣ୍ଣନା କରାଯାଇଛି। ଅଦାଲତ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପାଇଁ ପୁଲିସ ଓ କୋର୍ଟଙ୍କୁ…

Read More