Author: TRUPTIMAYEE SAHOO

ମନମୋହୁଛି ଓଡ଼ିଶୀ ଓ ଲୋକନୃତ୍ୟ ଡାଲଖାଇ ଓ ରସରକେଲିର ଝୁମିଲେ ଦର୍ଶକ ଓଡ଼ିଶାର ନୃତ୍ୟ ପରମ୍ପରା କାଳଜୟୀ। ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟରେ ପ୍ରତିବିମ୍ବିତ ହୁଏ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତା। ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ହେଉଥିବା ୯ମ ଅନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବରେ ନିର୍ମିତ ଓଡ଼ିଶା ମଣ୍ଡପର ସାଂସ୍କୃତିକ ମଞ୍ଚରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଛି। ଲୋକନୃତ୍ୟ ଓ ବାଜାର ତାଳେ ତାଳେ ନାଚୁଛନ୍ତି ଦର୍ଶକ। ନୃତ୍ୟକଳାର ପ୍ରଦର୍ଶନ ମାଧ୍ୟମରେ ଦେଶ-ବିଦେଶରୁ ଆସିଥିବା ଦର୍ଶକମାନେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି ବୋଲି ମନ୍ତବ୍ୟ ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ୯ମ ଅନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଚଳିତ ବର୍ଷ ଓଡ଼ିଶା ଷ୍ଟେଟ ପାଟର୍ନର ଭାବେ ଯୋଗ ଦେଇଥିବାବେଳେ ତାଞ୍ଜାନିଆ ପାଟର୍ନର ଦେଶ ଭାବେ ଯୋଗ ଦେଇଛି। ମହୋତ୍ସବରେ ନିର୍ମିତ ହୋଇଥିବା ଓଡ଼ିଶା ମଣ୍ଡପରେ ଓଡ଼ିଶାର…

Read More