Author: TRUPTIMAYEE SAHOO

ଛତିଶଗଡ଼ରେ ଏନକାଉଣ୍ଟର; ୭ ମାଓବାଦୀ ନିପାତ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପଲ୍ଲୀ ଗ୍ରାମରେ ସନ୍ଦିଗ୍ଧ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏକ ଟିମ୍ ଗୁରୁବାର ଚଢ଼ାଉ କରିଛି। ହାଇଦ୍ରାବାଦରୁ ଆସିଥିବା ଏହି ଟିମ୍ ରାତି ପ୍ରାୟ ୩ଟାରେ ଗାଁରେ ପହଞ୍ଚି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବଳ (ଡିଭିଏଫ୍) ମାଲକାନଗିରି ସହାୟତାରେ ମଣ୍ଟୋସ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା। ତା’ର ଦୁଇ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ପଡ଼ୋଶୀ ଛତିଶଗଡ଼ର ସୁକମା ଅଞ୍ଚଳର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନଆଇଏ ଏପର୍ଯ୍ୟନ୍ତ ଏହି ଚଢ଼ାଉ ସମ୍ପର୍କିତ କୌଣସି ଆନୁଷ୍ଠାନିକ ବିବୃତି ଜାରି କରିନାହିଁ। ସୁକମା ଜିଲ୍ଲାର ଚିନ୍ତଲନାରର ମଣ୍ଟୋସ ମଣ୍ଡଳ (୨୮) ଏବଂ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଏସ୍ ନାଗାର୍ଜୁନ ନାମକ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ…

Read More