Author: TRUPTIMAYEE SAHOO
ଉଚ୍ଚଶିକ୍ଷା ଅଗ୍ରଗତିର ଦଶନ୍ଧି ପେଡ଼ି ଖୋଲିଲେ ଧର୍ମେନ୍ଦ୍ର ବିଶ୍ୱ ତାଲିକାରେ ୪୬ ଶିକ୍ଷାନୁଷ୍ଠାନ ଭିତ୍ତିଭୂମିରେ ହୋଇଛି ଉନ୍ନତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ଏହି ଦଶନ୍ଧି ଭାରତର ଶିକ୍ଷା କ୍ଷେତ୍ର ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ ଏବଂ ଉନ୍ମୋଚନ କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ ଶିକ୍ଷା ଓ ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ଶ୍ରୀ ପ୍ରଧାନ ଆଲୋକପାତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ଭିତ୍ତିଭୂମି ମଜଭୁତ୍ ହେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁବିଧାରେ ବ୍ୟାପକ ବୃଦ୍ଧି ପାଇଛି । ବିଦ୍ୟାଳୟ ଭିତ୍ତିଭୂମି ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ…
