Author: TRUPTIMAYEE SAHOO

ଆମ୍ବେଦକରଙ୍କ ପ୍ରତି ମନ୍ତବ୍ୟ ନେଇ କ୍ଷମା ମାଗନ୍ତୁ ଶାହ ରାଜ୍ୟସଭାରେ ବିଆର ଆମ୍ବେଦକରଙ୍କ ପ୍ରତି ଅପମାନକ ମନ୍ତବ୍ୟ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ତାଙ୍କ ମନ୍ତବ୍ୟ ପାଇଁ ଶାହ ସର୍ବସାଧାରଣରେ ଓ ସଂସଦରେ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି। ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଆମ୍ବେଦକରଙ୍କୁ ଅପମାନିତ କରିଥିବାରୁ ଆମେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରୁଛୁ। ସେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଂସଦ ନୀରଜ ଡାଙ୍ଗୀ କହିଛନ୍ତି ଯେ ତାଙ୍କ ଦଳ ଏହି ମନ୍ତବ୍ୟ ପାଇଁ ଶାହଙ୍କୁ କ୍ଷମା ମାଗିବାକୁ ଦାବି କରିଛି। ରାଜ୍ୟସଭାରେ ଅମିତ ଶାହା ଜୀ କହିଥିଲେ ଯେ ବାବାସାହେବ ଆମ୍ବେଦକରଙ୍କ ନାମ ନେବା ଏକ ଫ୍ୟାସନରେ ପରିଣତ ହୋଇଛି । ଏହା ସିଧାସଳଖ ଦେଶର ଦଳିତ ଓ…

Read More