Author: TRUPTIMAYEE SAHOO

ମାର୍ଚ୍ଚ ୩୧ ପରେ ମାଓ ହିଂସାରେ ଗୋଟିଏ ବୁନ୍ଦା ରକ୍ତ ବୋହିବ ନାହିଁ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ଜଗଦଲପୁରଠାରେ ନକ୍ସଲବାଦ ବିରୋଧରେ ଲଢ଼େଇ କରି ସହିଦ ହୋଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ସହିଦ ଯବାନଙ୍କ ପରିବାର ଏବଂ ନକ୍ସଲ ହିଂସାରେ ପୀଡ଼ିତଙ୍କ ପରିବାରକୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ତାଙ୍କ ଅଭିଭାଷଣରେ ନକ୍ସଲବାଦ ବିରୋଧରେ ସାହସିକ ସଂଗ୍ରାମରେ ସର୍ବୋଚ୍ଚ ବଳିଦାନ ଦେଇଥିବା ୧୩୯୯ ସହିଦଙ୍କୁ ସମ୍ମାନ ଜଣାଇ ଏକ ସ୍ମାରକୀ ପ୍ରତିଷ୍ଠା କରିଥିବାରୁ ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ସ୍ମାରକୀ କେବଳ ଏହି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ନାହିଁ ବରଂ ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଗତ…

Read More