Author: TRUPTIMAYEE SAHOO

ଭାରତୀୟତାର ପରିଚୟକୁ ଅକ୍ଷୁଣ୍ଣ ରଖିବା ମାତୃଶକ୍ତି ଚିରବନ୍ଦନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଫ୍ଲାଗ ଇଣ୍ଡିଆ ପ୍ରତିଷ୍ଠାନର ପ୍ରୋତ୍ସାହନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହାକୁ ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବାଚସ୍ପତି ସୁରମା ପାଢୀ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରୋଟୋକଲ ଅନୁଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ଅଡିଟୋରିୟମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ମା’ ରମାଦେବୀ ସମଗ୍ର ଦେଶରେ ପରିଚିତ ଏବଂ ସମସ୍ତେ ତାଙ୍କ…

Read More