Author: TRUPTIMAYEE SAHOO

ପ୍ରିୟଙ୍କ ଓ ବିଦ୍ୟୁତ ରଞ୍ଜନ ସଦସ୍ୟ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ନିଯୁକ୍ତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନ (NHRC)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ପ୍ରିୟଙ୍କ କାନୁନଗୋଙ୍କୁ ମଧ୍ୟ କମିଶନର ସଦସ୍ୟ ନିଯୁକ୍ତ କରାଯାଇଛି। କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ୬ ସଦସ୍ୟ ବିଶିଷ୍ଟ କମିଟି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କ ନାମ ସୁପାରିଶ କରିବା ପରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବସରପ୍ରାପ୍ତ ବିଚାରପତିଙ୍କୁ ଏନଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ରାମସୁବ୍ରମଣ୍ୟମ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଜୁନ ୨୦୨୩ରେ ସୁପ୍ରିମକୋର୍ଟରୁ ତାଙ୍କର କାର୍ଯ୍ୟକାଳ ସରିଥିଲା। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୦୬ରେ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।…

Read More