Author: TRUPTIMAYEE SAHOO

ମିଳିଥିଲା ଦାଦା ସାହେବ ଫାଲ୍‌କେ ଆୱାର୍ଡ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା- ନିର୍ଦ୍ଦେଶକ ତଥା ସମାନ୍ତରାଳ ସିନେମାର ଅଗ୍ରଦୂତ ‌ଶ୍ୟାମ ବେନେଗଲ(୯୦)ଙ୍କର ସୋମବାର ପରଲୋକ ହୋଇଛି। ବହୁଦିନ ହେଲା କିଡ୍‌ନୀଜନିତ ରୋଗରେ ପୀଡ଼ିତ ଥିବା ବେନେଗଲଙ୍କ ମୃତ୍ୟୁ ମୁମ୍ବାଇର ୱକହର୍ଟ ହସ୍ପିଟାଲରେ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍‌ରେ ହୋଇଛି। ଝିଅ ପିୟା ବେନେଗଲ୍‌ ବାପା ଶ୍ୟାମ ବେନେଗଲଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି। ଝିଅ ପିୟା ଏବଂ ପତ୍ନୀ ନୀରାଙ୍କୁ ସେ ଛାଡ଼ି ଯାଇଛନ୍ତି। ଅଙ୍କୁର, ମନ୍ଥନ, ମଣ୍ଡି, ଜୁବୈଦା ଓ ସର୍ଦ୍ଦାରୀ ବେଗମ୍‌, ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦ ଫରଗ‌ଟନ ହିରୋ, ୱେଲ ଡନ ଆବ୍ବା ଆଦି ସିନେମା ପାଇଁ ଶ୍ୟାମ ବେନେଗଲ ବେଶ୍‌ ପରିଚିତ ଥିଲେ। ତାଙ୍କର ଅଧିକାଂଶ ସିନେମା ୭୦ ଓ ୮୦ ଦଶକରେ ମୁକ୍ତିଲାଭ କରିଥିଲା। ସମାନ୍ତରାଳ ସିନେମାର ଅଗ୍ରଦୂତ ଭାବେ ସେ ପରିଚିତ ଥିଲେ। ତାଙ୍କ ସିନେମାରେ ସମାଜର କାହାଣୀଗୁଡ଼ିକ ନିଖୁଣ ଭାବେ…

Read More