Author: TRUPTIMAYEE SAHOO

କିସ ଝାରଖଣ୍ଡ ଛାତ୍ରଛାତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ ଶିକ୍ଷା ଦ୍ୱାରା କେବଳ ଡ଼ିଗ୍ରୀ କିମ୍ବା ସାର୍ଟିଫିକେଟ୍ ହାସଲ ହୁଏ ନାହିଁ ବରଂ ଶିକ୍ଷା ଜ୍ଞାନର ପରିସରକୁ ବଢ଼ାଇଥାଏ ଓ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିଶେଷ ଭାବେ ପ୍ରଭାବିତ କରିବା ସହ ଏହାର ବିକାଶ ମଧ୍ୟ କରିଥାଏ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍‌ସ (କିସ୍‌)ରେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଭେଟିବା ସହିତ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ଜୀବନରେ ସମ୍ମୁଖୀନ ହେଉଥିବା ସଂଘର୍ଷ ବ୍ୟକ୍ତିକୁ ଦୃଢ଼ମନା କରିଥାଏ ବୋଲି କହିଥିଲେ । ପ୍ରତିଟି ସଂଘର୍ଷ ଏବଂ ଆହ୍ୱାନ କିଛିଟା ଶିକ୍ଷା ଦେଇଥାଏ ଓ ଏହା ଜୀବନର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଶକ୍ତି ପ୍ରଦାନ କରିଥାଏ ବୋଲି ସେ ପ୍ରକାଶ କରିଥିଲେ । ‘କିସ୍‌’ ଅନୁଷ୍ଠାନ ଜନଜାତି ସଂପ୍ରଦାୟର ପିଲାମାନଙ୍କ ମଧ୍ୟରେ ଶିକ୍ଷା…

Read More