What's Hot
Author: TRUPTIMAYEE SAHOO
କେନ-ବେତଓ୍ୱା ନଦୀ ସଂଯୋଗୀକରଣର ଶୁଭାରମ୍ଭ ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ୱର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ୱାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ବର୍ଷକ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱାରାନ୍ୱିତ ହୋଇଛି । ଆଜି ଐତିହାସିକ କେନ-ବେତଓ୍ୱା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ୱର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି…
