Author: TRUPTIMAYEE SAHOO

ପ୍ରଥମଦିନରେ ୨୭ଜଣଙ୍କ ଆବେଦନ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ (OUHM) ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ସହରୀ) ୨.0   ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟର ସମସ୍ତ ୟୁଏଲ୍ବି (ULB) ମାନଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆୱାସର ପୂର୍ବ ପର୍ଯ୍ୟାୟ ପରି, ଏହି ପର୍ଯ୍ୟାୟ ପାଇଁ ଆବେଦନଗୁଡିକ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ବିକଶିତ ଏକ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯିବ। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ସୁଗମ ଆବେଦନ ପ୍ରକ୍ରିୟା ନିଶ୍ଚିତ କରିବାକୁ ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ ପରାମର୍ଶ ଦେଇଛି ଯେ ୟୁ ଏଲ୍ ବି ଗୁଡିକ ସେମାନଙ୍କ କାର୍ଯ୍ୟାଳୟରେ ହେଲ୍ପଡେସ୍କ ପ୍ରତିଷ୍ଠା କରନ୍ତୁ, ୱାର୍ଡ ମାନଙ୍କରେ ଶିବିର ଆୟୋଜନ କରନ୍ତୁ ଏବଂ ଆବେଦନକାରୀଙ୍କୁ ସାହାଯ୍ୟ କରିବା ପାଇଁ ସାଧାରଣ ସେବା କେନ୍ଦ୍ର (CSC) ସହିତ…

Read More