Author: TRUPTIMAYEE SAHOO

ଶେଷକୃତ୍ୟ ପାଇଁ ବାହାରିଲା ଡ.ମନମୋହନଙ୍କ ପାର୍ଥିବ ଶରୀର ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର ଶେଷକୃତ୍ୟ ହେବାକୁ ଯାଉଛି। ଏବେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଶେଷକୃତ୍ୟ ପାଇଁ ଦିନ ୧୦ଟା ପରେ ତାଙ୍କ ପାର୍ଥିବ ଶରୀର ସର୍ବ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରୁ ବାହାରି ସାରିଛି। ନୂଆଦିଲ୍ଲୀର ନିଗମ ବୋଧ ଘାଟରେ ଦିନ ୧୧ଟା ୪୫ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ରାଜକୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ନେତା ଶୁକ୍ରବାର ଦିନ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ଡ. ମନମୋହନ ସିଂହଙ୍କୁ ଶେଷ…

Read More