Author: TRUPTIMAYEE SAHOO

ମାସିକ ମୁଣ୍ଡପିଛା ବ୍ୟୟ ଗ୍ରାମାଞ୍ଚଳରେ ୧୮୮% ଏବଂ ସହରାଞ୍ଚଳରେ ୧୬୬% ବୃଦ୍ଧି ଦେଶରେ ମୁଣ୍ଡପିଛା ମାସିକ ପାରିବାରିକ ବ୍ୟୟରେ ବହୁ ପଛରେ ଓଡ଼ିଶା । ରାଜ୍ୟର ପରିବାର ପିଛା ଗ୍ରାମାଞ୍ଚଳରେ ହାରାହାରି ମାସିକ ବ୍ୟୟ ୩ ହଜାର ୩୫୭ ଟଙ୍କା। ଅର୍ଥାତ୍ ୪ରୁ ୫ ଜଣିଆ ଗୋଟିଏ ପରିବାର ମାତ୍ର ଏତିକି ଟଙ୍କା ମାସକୁ ଖର୍ଚ୍ଚ କରିବାକୁ ପାଉଛି । ସାରା ଦେଶରେ ୨୦ ପ୍ରମୁଖ ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ୧୭ । ଶେଷ ଆଡ଼ୁ ହିସାବ କରିବା ତେବେ ତୃତୀୟ ସ୍ଥାନ। ଜାତୀୟ ସ୍ତରରେ ଗ୍ରାମୀଣ ପରିବାର ଖର୍ଚ୍ଚ କରୁଛି ୪ହଜାର ୧୨୨ ଟଙ୍କା। ପ୍ରମୁଖ ରାଜ୍ୟ ମଧ୍ୟରେ ସବୁଠାରୁ ଉପରେ ରହିଛି କେରଳ, ଓଡ଼ିଶାର ପାଖାପଖି ଦୁଇ ଗୁଣା । ମାସକୁ ହାରାହାରି ୬ହଜାର ୬୧୧ ଟଙ୍କା ଖର୍ଚ୍ଚ ହେଉଛି ଗ୍ରାମୀଣ କେରଳରେ ପରିବାର ପିଛା ।  ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ…

Read More