Author: TRUPTIMAYEE SAHOO

ସାନାସାବି ଓ ଥାମନାପୋକ୍ପି ଗ୍ରାମରେ ଉଗ୍ରବାଦୀଙ୍କ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା ମଣିପୁରରେ ପୁଣି ହିଂସା। ଇମ୍ଫାଲ ପୂର୍ବ ଜିଲ୍ଲାର ସାନାସାବି ଏବଂ ଥାମନାପୋକ୍ପି ଗ୍ରାମରେ ସଶସ୍ତ୍ର ଆକ୍ରମଣକାରୀଙ୍କ ସହ ଗୁଳି ବିନିମୟରେ ଅନେକ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ବଢୁଥିବା ପରିସ୍ଥିତିର ମୁକାବିଲା ପାଇଁ ଶାନ୍ତି ଓ ଏକତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ସଙ୍କଟର ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୁରୁତ୍ୱାରୋପ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି ଏବଂ ଆହତମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଏନ୍ ବୀରେନ ସିଂହ କହିଛନ୍ତି, ଇମ୍ଫାଲ ପୂର୍ବର ସାନାସାବି ଏବଂ ଥାମନାପୋକ୍ପିଠାରେ କୁକି ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନାରେ ସାଧାରଣ ନାଗରିକ ଓ ସୁରକ୍ଷାକର୍ମୀ ଆହତ ହେବା ଘଟଣାକୁ ଦୃଢ଼ ନିନ୍ଦା କରୁଛି। ନିରୀହ ଜୀବନ ଉପରେ ଏହି କାପୁରୁଷତାପୂର୍ଣ୍ଣ ଆକ୍ରମଣ ଶାନ୍ତି…

Read More