What's Hot
Author: TRUPTIMAYEE SAHOO
ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା, ବୀମାଭୁକ୍ତଙ୍କୁ କ୍ଷତି ସୂଚନା ଦେବା ଅବଧି ୩ଦିନ ବୃଦ୍ଧି
ନୟାଗଡ଼, ଗଜପତି, ଗଞ୍ଜାମରେ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ବୀମାଭୁକ୍ତଙ୍କୁ କ୍ଷତି ସୂଚନା ଦେବା ଅବଧି ୩ଦିନ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ବୁଲି ଦେଖିଥିଲେ। ଗସ୍ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ଛତ୍ରପୁରଠାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ସମୀକ୍ଷା କରି ବୀମା ଭୁକ୍ତ ଚାଷୀ ମାନଙ୍କ ପାଇଁ କ୍ଷୟକ୍ଷତି ସମ୍ପର୍କରେ ଜଣାଇବା ସମୟ ଅବଧିକୁ ଆଉ ୩ ଦିନ ବୃଦ୍ଧି କରିଛନ୍ତି। ଏହି ସମୟ ରବିବାର ପର୍ଯ୍ୟନ୍ତ ଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ପୁନଃ ଆକଳନ ପାଇଁ…
