Author: TRUPTIMAYEE SAHOO

ଅନୁଦାନ ମିଳିବ କୋଟିଏ ନିର୍ମାଣ ହେବ ପ୍ରାମାଣିକ ବୃତ୍ତଚିତ୍ର ୟୁନେସ୍କୋ ମାନ୍ୟତା ପାଇଁ ହେବ କମିଟି ଆସନ୍ତା ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଧନୁଯାତ୍ରା ମହୋତ୍ସବ-୨୦୨୫ ପାଳିତ ହେବ। ଆମ ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟର ପ୍ରତୀକ ଭାବେ ଧନୁଯାତ୍ରା  ମହୋତ୍ସବକୁ ଦିବ୍ୟ, ଭବ୍ୟ ଏବଂ ଆଡ଼ମ୍ବରର ସହ ପାଳନ କରିବା ସହ ଏହାକୁ ନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଇଛି, ଯାହାର ସବିସ୍ତୃତ ବିବରଣୀ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦାନ କରିଥିଲେ। ଧନୁଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଜୟଯାତ୍ରା। ଏହି ଯାତ୍ରା ସମୟରେ ବରଗଡ଼ର ବିଭିନ୍ନ ଅଞ୍ଚଳ ମଥୁରା ନଗରୀ, ଗୋପପୁର, କଂସଙ୍କ ଦରବାର ଆଦିରେ ରୂପାନ୍ତରିତ ହୋଇଥାଏ। ଧନୁଯାତ୍ରା ମହୋତ୍ସବ-୨୦୨୫ କୁ ଦିବ୍ୟ, ଭବ୍ୟ ଏବଂ ଆଡ଼ମ୍ବରର ସହ…

Read More