Author: TRUPTIMAYEE SAHOO

ତିନିଥର ମିଳିବ ଟଙ୍କା ମାଲାମାଲ ହେବେ ମହିଳା ୨୦୨୫ ‘ସୁଭଦ୍ରା’ ଯୋଜନାର ବର୍ଷ ହେବ। ୨୦୨୫ରେ ଯୋଗ୍ୟ ମହିଳାମାନଙ୍କୁ ୩ ଥର ‘ସୁଭଦ୍ରା’ ଯୋଜନା ଟଙ୍କା ଦିଆଯିବ। ମାଲାମାଲ ହେବେ ମହିଳା। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେଣୁ ଆସନ୍ତା ବର୍ଷ ମହିଳାଙ୍କ ନିମନ୍ତେ ବଡ଼ ଖୁସି ଖବର ଆସିବାକୁ ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି, ଜାନୁଆରି ମାସରେ ‘ସୁଭଦ୍ରା’ ଯୋଜନାର ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ମାର୍ଚ୍ଚ ମାସ ୮ ତାରିଖରେ ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ।  ଠିକ୍ ସେହିପରି ରକ୍ଷାବନ୍ଧନ ଅବସରରେ ବି ମିଳିବ ଯୋଗ୍ୟ ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନା ଟଙ୍କା। ସେ ଆହୁରି କହିଛନ୍ତି, ଜାନୁଆରି ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ।  ଆଜି ଫିଲ୍ଡ ରିପୋର୍ଟ ଆସିବ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରି ପ୍ରଥମ ସପ୍ତାହରେ ପୂରା ତଥ୍ୟ ସାମ୍ନାକୁ ଆସିବ।…

Read More