What's Hot
Author: TRUPTIMAYEE SAHOO
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଉନ୍ମୋଚନ କରିଥିବା କେନ୍ଦ୍ର ବଜେଟ୍ ୨୦୨୫ରେ ଉଚ୍ଚଶିକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗୁରୁତ୍ୱ ଦେବା ସହ ଶିକ୍ଷା, ଦକ୍ଷତା ଏବଂ ବୈଷୟିକ ଅଭିନବତା ଉପରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷାକ୍ଷେତ୍ରରେ ଏଆଇ ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀ ଯୋଜନା ଘୋଷଣା କରିଛନ୍ତି, ଯାହା ବିଶ୍ୱସ୍ତରୀୟ ଭାଗିଦାରୀ ମାଧ୍ୟମରେ ବିକଶିତ ହେବ । ଉଦ୍ଭାବନ ଏବଂ ବୈଷୟିକ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଅନୁଷ୍ଠାନ, ବିଶେଷକରି ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ରେ ଏଆଇକୁ ଏକୀକୃତ କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ଏହି ପଦକ୍ଷେପ ସମନ୍ୱିତ ହୋଇଛି। ଏହାବ୍ୟତୀତ ୨୦୧୪ ପରେ ପ୍ରତିଷ୍ଠା ହୋଇଥିବା ୫ଟି ଆଇଆଇଟିପାଇଁ ଭିତ୍ତିଭୂମି ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ପୁଞ୍ଜିନିବେଶ କରିବେ ଏବଂ ଆହୁରି ୬,୫୦୦ ଛାତ୍ରଛାତ୍ରୀଙ୍କ ରହିବାକୁ ଅନୁମତି ଦେବେ। ଆଇଆଇଟି ପାଟନା ଏହାର ବଢୁଥିବା ଶିକ୍ଷାଗତ ଏବଂ ଗବେଷଣା…
