Author: TRUPTIMAYEE SAHOO

ଟିକସଦାତାଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯିବ: ଅର୍ଥମନ୍ତ୍ରୀ ସଂସଦରେ ଆଜି ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୫।  ଅଷ୍ଟମ ଥର ବଜେଟ ଉପସ୍ଥାପନ କରି ଇତିହାସ ରଚିଛନ୍ତି ନିର୍ମଳା। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ୨୦୨୫-୨୬ ବଜେଟରେ ଦାରିଦ୍ର୍ୟ, ଯୁବ, ମହିଳା, କୃଷି, ଉତ୍ପାଦନ, ଏମ୍ଏସ୍ଏମ୍ଇ, ନିଯୁକ୍ତି ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇ ୧୦ଟି ପ୍ରମୁଖ ବିକାଶମୂଳକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଘୋଷଣା କରାଯିବ। ଟିକସଦାତାଙ୍କ ସୁବିଧା ବୃଦ୍ଧି ଦିଗରେ ସରକାରଙ୍କ ଏକ ଦଶନ୍ଧିର ପ୍ରୟାସକୁ ଏହି ବିଲ୍ ପ୍ରତିଫଳିତ କରିବ। ଉଚ୍ଚ ମୂଲ୍ୟ ଏବଂ ସ୍ଥିର ମଜୁରୀ ସହ ସଂଘର୍ଷ କରୁଥିବା ମଧ୍ୟବିତ୍ତଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ସମ୍ଭାବ୍ୟ ଆୟକର ହ୍ରାସ କିମ୍ବା ପରିବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିଛି । ଗ୍ରାହକମାନେ ଘରୋଇ ଖର୍ଚ୍ଚ କମାଇବା ପାଇଁ ଉପାୟ ଖୋଜୁଥିବା ବେଳେ…

Read More