What's Hot
Author: TRUPTIMAYEE SAHOO
ସାଂସ୍କୃତିକ ମୂଲ୍ୟବୋଧ, ଐତିହ୍ୟ ଓ ପରମ୍ପରା ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଜନ-ଜନ ମଧ୍ୟରେ ସମ୍ପର୍କ ବଢ଼ାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ମାଧ୍ୟମରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ ଏହି ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ମୁରୁଗାନ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପା ହାସିମ, ପରିଚାଳନା ଟ୍ରଷ୍ଟି ଡକ୍ଟର କୋବାଲାନ, ତାମିଲନାଡୁ ଏବଂ ଇଣ୍ଡୋନେସିଆର ଗଣମାନ୍ୟ ବ୍ୟକ୍ତି, ପୁରୋହିତ ଏବଂ ଆଚାର୍ଯ୍ୟ, ଭାରତୀୟ ପ୍ରବାସୀ ସଦସ୍ୟ, ଇଣ୍ଡୋନେସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସମସ୍ତ ନାଗରିକ ଯେଉଁମାନେ ଏହି ପବିତ୍ର ଅବସରରେ ଅଂଶ ଗ୍ରହଣ କରିଥିଲେ ଏବଂ ଏହି ଦିବ୍ୟ ଓ ଭବ୍ୟ ମନ୍ଦିରକୁ ବାସ୍ତବରେ ପରିଣତ କରିଥିବା ସମସ୍ତ ପ୍ରତିଭାବାନ କଳାକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମାରୋହରେ ସାମିଲ ହେବାର ସୌଭାଗ୍ୟ ପ୍ରକାଶ କରି ମୋଦି କହିଛନ୍ତି ଯେ ରାଷ୍ଟ୍ରପତି ପ୍ରବୋଓଙ୍କ ଉପସ୍ଥିତି ତାଙ୍କ…
