Author: TRUPTIMAYEE SAHOO

ପୂର୍ବରୁ ୬.୮ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୮.୮୬%କୁ ବୃଦ୍ଧି ପାଇଛି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଥିଲେ। ମୋଟ କେନ୍ଦ୍ର ବଜେଟରେ ଜେଣ୍ଡର (ଲିଙ୍ଗ) ବଜେଟ୍ ଆବଣ୍ଟନର ଅଂଶ ୨୦୨୪-୨୫ ଆର୍ଥିକ ବର୍ଷରେ ୬.୮ ପ୍ରତିଶତ ଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ଜେଣ୍ଡର ବଜେଟ ବିବରଣୀରେ ମହିଳା ଓ ବାଳିକାଙ୍କ କଲ୍ୟାଣ ପାଇଁ ୪.୪୯ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷର ୩.୨୭ ଲକ୍ଷ କୋଟି ଟଙ୍କାର ଜିବିଏସ୍ ତୁଳନାରେ ୩୭.୨୫ ପ୍ରତିଶତ ଅଧିକ। ୨୦୨୪-୨୫ ଆର୍ଥିକ ବର୍ଷରେ ୩୮ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଜେଣ୍ଡର ବଜେଟ୍ ଆବଣ୍ଟନ କରିଥିବାବେଳେ  ଚଳିତ ବର୍ଷ ମୋଟ ୪୯ଟି ମନ୍ତ୍ରଣାଳୟ/ବିଭାଗ ଏବଂ…

Read More