Author: TRUPTIMAYEE SAHOO

ନୂତନ ଅନୁମୋଦିତ ଅଷ୍ଟମ ବେତନ ଆୟୋଗ ଅଧୀନରେ ଦରମା ବୃଦ୍ଧି ଆଶା କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଆଗାମୀ ଆର୍ଥିକ ବର୍ଷରେ ସଂଶୋଧନ ପାଇଁ ପ୍ରକ୍ରିୟାଗତ ସମୟସୀମା ଏବଂ ବଜେଟ୍ ଆବଣ୍ଟନ ଅଭାବରୁ ଅତି କମରେ ୨୦୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କୌଣସି ଆର୍ଥିକ ଲାଭ ପାଇବେ ନାହିଁ। ଗତ ଜାନୁଆରି ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଶ୍ଚିତ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ ବେତନ ଆୟୋଗ ଗଠନକୁ ଅନୁମୋଦନ କରିଛି। ତେବେ ଏହାର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ନେଇ ସେ କୌଣସି ସମୟସୀମା ପ୍ରକାଶ କରିନାହାନ୍ତି। ଅଷ୍ଟମ ବେତନ ଆୟୋଗ ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଦରମା ଏବଂ ପେନସନସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛି । ତେବେ ୨୦୨୫-୨୬ ବଜେଟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଆବଣ୍ଟନ କରାଯାଇ ନାହିଁ,…

Read More