Author: TRUPTIMAYEE SAHOO

ଏଥିରେ  ୱାଲ୍ଟେୟାର ଡିଭିଜନର କିଛି ଅଂଶ ଅନ୍ତର୍ଭୁକ୍ତ ହେବ ନାମ ରହିବ ବିଶାଖାପାଟଣା ଡିଭିଜନ ଭାରତୀୟ ରେଳବାଇର ଏକ ନୂତନ ଜୋନ୍ ଦକ୍ଷିଣତଟ ରେଳପଥ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏଥିରେ ୱାଲ୍ଟେୟାର ଡିଭିଜନର ଏକ ଅଂଶ ଅନ୍ତର୍ଭୁକ୍ତ ହେବ, ଯାହାକୁ ବିଶାଖାପାଟଣା ଡିଭିଜନ ନାମରେ ନାମିତ କରାଯିବ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ଅନୁଯାୟୀ ନୂତନ ରେଳ ଜୋନ୍ ସୃଷ୍ଟି କରାଯାଇଛି ଏବଂ ରେଳ ଚଳାଚଳରେ ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ନିଷ୍ପତ୍ତି ୨୦୧୯ ଫେବ୍ରୁଆରିରେ କ୍ୟାବିନେଟର ପୂର୍ବ ନିଷ୍ପତ୍ତିର ଆଂଶିକ ସଂଶୋଧନ, ଯେଉଁଥିରେ ୱାଲଟେୟାର ଡିଭିଜନକୁ ଖଣ୍ଡିତ ଆକାରରେ ବଜାୟ ରଖାଯାଇଥିଲା ଏବଂ ଏହାକୁ ବିଶାଖାପାଟଣା ଡିଭିଜନ ନାମରେ ନାମିତ କରାଯାଇଛି। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ‘ୱାଲ୍ଟେୟାର’ ଏକ ଔପନିବେଶିକ ପରମ୍ପରା ଯାହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ନୂଆ ଦକ୍ଷିଣତଟ ରେଳପଥ ଅଧୀନରେ ପଲାସା-ବିଶାଖାପାଟଣା-ଦୁଭାଡ଼ା, କୁନେରୁ-ବିଜୟନଗରମ୍, ନୌପଡ଼ା ଜଙ୍କସନ୍-ପାରଳାଖେମୁଣ୍ଡି, ବବିଲି…

Read More