Author: TRUPTIMAYEE SAHOO

Subhadra Shakti Mela: ଏହି ମେଳା ମାଧ୍ୟମରେ ୩୫୦ରୁ ଅଧିକ ଏସଏଚଜି ସଦସ୍ୟା ଲକ୍ଷପତି ଦିଦି ହେବା ଓଡିଶାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲା ।  ଭୁବନେଶ୍ୱର ଜନତା ମଇଦାନ ଠାରେ ନଅ ଦିନ ବ୍ୟାପି ଅୟୋଜିତ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ୨୦୨୫ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅନନ୍ୟ ମହୋତ୍ସବ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ୩୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପାଇଁ ସେମାନଙ୍କର ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିବା ନିମନ୍ତେ ଏକ ଭିନ୍ନ ମଞ୍ଚ ପ୍ରଦାନ କରିଥିବା ବେଳେ ମହିଳା-ନେତୃତ୍ୱାଧୀନ ବ୍ୟବସାୟଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପରିପ୍ରକାଶ ଥିଲା ।  ହସ୍ତତନ୍ତ, ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଜୈବିକ ଖାଦ୍ୟ, ମସଲା ଏବଂ ପରିବେଶ ଅନୁକୂଳ ଉତ୍ପାଦ ପର୍ଯ୍ୟନ୍ତ, ମେଳା ଏକ ଜୀବନ୍ତ ବଜାର ଭାବରେ ଏସଏଚଜିଗୁଡ଼ିକର ପ୍ରତିଭା ଏବଂ…

Read More