Author: TRUPTIMAYEE SAHOO

Energy Deppt.: ପି.ଏମ୍‍. ସୂର୍ଯ୍ୟଘର ଯୋଜନାରେ ଅଧିକ ଲୋକଙ୍କୁ ସାମିଲ ପାଇଁ ଗୁରୁତ୍ୱାରୋପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏବଂ ପି.ଏମ୍‍. ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ଅଧିକ ଲୋକଙ୍କୁ ସାମିଲ୍‍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଶକ୍ତି ବିଭାଗର ବଜେଟ୍‍ ଖର୍ଚ୍ଚ ଅତିକମରେ ୮୫ ପ୍ରତିଶତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖରାଦିନେ ସାଧାରଣତଃ ଓଭରଲୋଡିଂ ସମସ୍ୟା ଯୋଗୁଁ ବିଦ୍ୟୁତ୍‍ କାଟ ହୋଇଥାଏ। ଏହାକୁ ପ୍ରତିହତ କରିବା ପାଇଁ ଫିଡର ଓ ଟ୍ରାନ୍ସଫରମର୍‍ ଗୁଡ଼ିକୁ ଅପଗ୍ରେଡ୍‍ କରିବା ଉପରେ ସେ ଗୁରୁତ୍ୱ ଆରୋପ  କରିଥିଲେ ।  ବିଦ୍ୟୁତ୍‍ ଯୋଗାଣ କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟାକ୍‍ଅପ୍‍ ବ୍ୟବସ୍ଥା ରଖିବା ପାଇଁ ମଧ୍ୟ ସେ କହିଥିଲେ । ପିକ୍‍…

Read More