Author: TRUPTIMAYEE SAHOO

Doctor: ଯଦି ଏହାର ସମାଧାନ କରାନଯାଏ, ତେବେ ଏହି ଅନିୟନ୍ତ୍ରିତ ସ୍ଥାନାନ୍ତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମୂଳଦୁଆକୁ ଦୁର୍ବଳ କରିଦେବ। ଓଡ଼ିଶା ହାଇକୋର୍ଟ ସରକାରୀ ଡାକ୍ତରଙ୍କ ଚାକିରି ବିମୁଖତା ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ (ପେନସନ୍) ନିୟମ, ୧୯୯୨ରେ ଆବଶ୍ୟକ ସଂଶୋଧନ ଆଣିବାକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପରାମର୍ଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସାରା ଦେଶରେ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ନେବା ଜାରି ରଖିଥିବାରୁ ଏକ ଚିନ୍ତାଜନକ ଧାରା ସାମ୍ନାକୁ ଆସିଛି। ଏହା କେବଳ ପ୍ରଶାସନିକ ଅସୁବିଧା ନୁହେଁ ବରଂ ଜନସ୍ୱାସ୍ଥ୍ୟ ସେବାରେ ସଙ୍କଟ ବଢାଇ ଚାଲିଛି। ଯଦି ଏହାର ସମାଧାନ କରାନଯାଏ, ତେବେ ଏହି ଅନିୟନ୍ତ୍ରିତ ସ୍ଥାନାନ୍ତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମୂଳଦୁଆକୁ ଦୁର୍ବଳ କରିଦେବ। ଏହା ଦ୍ୱାରା ଅସୁସ୍ଥ ମାନେ ବିନା ଚିକିତ୍ସାରେ ରହିବେ, ବିନା ସହାୟତାରେ ଦୁଃଖ ଭୋଗିବେ…

Read More