Author: TRUPTIMAYEE SAHOO

Global Freedom: ଭୋଟରଙ୍କ ପସନ୍ଦକୁ ସୀମିତ କରିବା ପାଇଁ ଏକଛତ୍ରବାଦୀ ପ୍ରୟାସ ଦେଖିବାକୁ ମିଳିଛି: ଫ୍ରିଡମ୍ ହାଉସ୍ ଆମେରିକାର ଅଣ ଲାଭଦାୟକ ସ୍ୱେଚ୍ଛାସେବୀ ସଂଗଠନ ଫ୍ରିଡମ୍ ହାଉସ୍ ଅନୁଯାୟୀ, ୨୦୨୪ରେ କ୍ରମାଗତ ଉନବିଂଶ ବର୍ଷ ପାଇଁ ବିଶ୍ୱ ସ୍ୱାଧୀନତା ହ୍ରାସ ପାଇଛି ଏବଂ ଅନେକ ଦେଶ ସେମାନଙ୍କ ରାଜନୈତିକ ଅଧିକାର ଏବଂ ନାଗରିକ ସ୍ୱାଧୀନତାରେ ଉଲ୍ଲେଖନୀୟ ଅବନତିର ସମ୍ମୁଖୀନ ହୋଇଛନ୍ତି। ‘ଫ୍ରିଡମ୍ ଇନ୍ ଦି ୱାର୍ଲ୍ଡ ୨୦୨୫: ଦ ଅପହିଲ୍ ବ୍ୟାଟେଲ୍ ଟୁ ସେଫ୍ ରାଇଟ୍ସ୍’ ଶୀର୍ଷକ ଏନଜିଓର ରିପୋର୍ଟ ଅନୁଯାୟୀ, ୨୦୨୧ ପରଠାରୁ ଭାରତ ‘ଆଂଶିକ ମୁକ୍ତ’ ଦେଶ ଶ୍ରେଣୀରେ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ବର୍ଷକ ମଧ୍ୟରେ ୬୦ଟି ଦେଶ ସେମାନଙ୍କର ରାଜନୈତିକ ଅଧିକାର ଏବଂ ନାଗରିକ ସ୍ୱାଧୀନତାରେ ଅବନତି ଅନୁଭବ କରିଛନ୍ତି ଏବଂ ମାତ୍ର ୩୪ଟି ଦେଶରେ ଉନ୍ନତି ଘଟିଛି। ଏଲ୍ ସାଲଭାଡୋର, ହାଇତି, କୁଏତ ଓ ଟ୍ୟୁନିସିଆରେ ଚଳିତ ବର୍ଷ ସର୍ବାଧିକ ସ୍କୋର…

Read More