Author: TRUPTIMAYEE SAHOO

ଛଅ ବର୍ଷ ପୂର୍ବେ, ମେ ୨୦୨୦ରେ, ଚୀନ୍ ପୂର୍ବ ଲଦାଖ ସୀମା ପାର କରି ଅନୁପ୍ରବେଶ କରିଥିଲା । ଭାରତୀୟ ସୈନ୍ୟଙ୍କ ଚାପ ଯୋଗୁଁ, ଚୀନ୍ ସୈନ୍ୟମାନେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) କୁ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ। ତଥାପି, ଆଜି ମଧ୍ୟ ଚୀନ୍ ତା’ର ସୈନ୍ୟ ପ୍ରତ୍ୟାହାର କରିନଥିବାରୁ ୫୦,୦୦୦ ରୁ ଅଧିକ ଭାରତୀୟ ସୈନିକ ଏହି ଅଞ୍ଚଳରେ ନିୟୋଜିତ ଅଛନ୍ତି । ଫଳସ୍ୱରୂପ, ଭାରତ ବାର୍ଷିକ ୧ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରୁଛି । ଭାରତ ଉପରେ ଚାପ ଚୀନ୍‌ ମଧ୍ୟ ବୁଝୁଛି ଯେ ସୀମାରେ ଏକ ସ୍ଥାୟୀ ସାମରିକ ଶିବିର ସମ୍ଭବ ନୁହେଁ । ତଥାପି, ତାର ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରି ଭାରତ ଉପରେ ଥିବା ଚାପକୁ ତୀବ୍ର କରିଛି । ଏହା ବ୍ୟତୀତ, ଚୀନ୍‌ ଉପରେ ଭାରତର ଆର୍ଥିକ ନିର୍ଭରଶୀଳତା ଯଥେଷ୍ଟ ବୃଦ୍ଧି ପାଇଛି । ଚୀନ୍‌ ସହିତ…

Read More