What's Hot
Author: TRUPTIMAYEE SAHOO
ମଧ୍ୟ ଆଫ୍ରିକାର କିଛି ଅଂଶରେ ବ୍ୟାପିଥିବା ଇବୋଲା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ବଢିଛି ସତର୍କତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଇବୋଲା ପ୍ରକୋପ ; ବିଶେଷକରି କଙ୍ଗୋ ଏବଂ ଉଗାଣ୍ଡାରେ ବ୍ୟାପିଥିବା ବୁଣ୍ଡିବୁଗୟୋ ଷ୍ଟ୍ରେନକୁ “ଆନ୍ତର୍ଜାତୀୟ ଚିନ୍ତାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ” ଘୋଷଣା କରିବା ପରେ ଭାରତ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ପ୍ରସ୍ତୁତିକୁ ମଜବୁତ କରାଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC), ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (IDSP), ICMR ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଭାଗର ପ୍ରତିନିଧିମାନଙ୍କ ସହିତ ପରିସ୍ଥିତି ସମୀକ୍ଷା କରିଛନ୍ତି । ସତର୍କତାମୂଳକ ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ…
