Author: TRUPTIMAYEE SAHOO

Defence Ministry: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସହିତ ଅର୍ଥନୈତିକ ଅଭିବୃଦ୍ଧିରେ ଏହି ପ୍ରକଳ୍ପର ଅବଦାନକୁ ମଧ୍ୟ ମନ୍ତ୍ରଣାଳୟ ଉଲ୍ଲେଖ କରିଛି। ଭାରତୀୟ ସେନାର ଆକ୍ରମଣାତ୍ମକ ଦୀର୍ଘ ଦୂରତା ବିଶିଷ୍ଟ ଅସ୍ତ୍ରଶସ୍ତ୍ର ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ପ୍ରାୟ ୬,୯୦୦ କୋଟି ଟଙ୍କା ବ୍ୟୟରେ ୧୫୫ ମିଲିମିଟର/୫୨ କ୍ୟାଲିବର ଆଡଭାନ୍ସଡ ଟୱେଡ୍ ଆର୍ଟିଲାରି ଗନ୍ ସିଷ୍ଟମ୍ (ଏଟିଏଜିଏସ୍) ଏବଂ ହାଇ-ମୋବିଲିଟି ୬×୬ ବନ୍ଧୁକ ଟୋଇଂ ଯାନ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି। ଏଟିଏଜିଏସ ଏବଂ ହାଇ ମୋବିଲିଟି ଯାନ ଯଥାକ୍ରମେ ଭାରତ ଫୋର୍ଜ ଲିମିଟେଡ ଏବଂ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡଠାରୁ କିଣାଯିବ । ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୧୫୫ ମିଲିମିଟର/୫୨ କ୍ୟାଲିବର ଏଟିଏଜିଏସ ପୁରୁଣା ଏବଂ କ୍ଷୁଦ୍ର କ୍ୟାଲିବର ବନ୍ଧୁକର ସ୍ଥାନ ନେବ ଏବଂ ଭାରତୀୟ ସେନାର ଆର୍ଟିଲାରି କ୍ଷମତା…

Read More