Author: TRUPTIMAYEE SAHOO

ଦେଶର ପରମାଣୁ ଶକ୍ତି କେନ୍ଦ୍ରରେ କୌଣସି ଅପ୍ରୀତିକର ଘଟଣା ଘଟିଲେ କେନ୍ଦ୍ର ସରକାର କ୍ଷତିପୂରଣର ସର୍ବାଧିକ ଆର୍ଥିକ ରାଶି ୩ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସୀମା ଧାର୍ଯ୍ୟ କରିଛନ୍ତି । ଏବେ ନୂତନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଆଇନ ଅନୁଯାୟୀ ସୀମିତ ହେଲେ ମଧ୍ୟ ଅପ୍ରତ୍ୟାଶିତ ପରମାଣୁ ଶକ୍ତି କେନ୍ଦ୍ର ଦୁର୍ଘଟଣାରେ ନାଗରିକଙ୍କ ପ୍ରତି ସରକାରଙ୍କ ଅତିରିକ୍ତ ଦାୟିତ୍ବ ନିର୍ଣ୍ଣୟ କରିବାରୁ କୋର୍ଟଗୁଡ଼ିକୁ ନିବୃତ୍ତ କରାଯାଇପାରିବ ନାହିଁ । ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ , ଆବେଦନରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଆଇନଗତ ଓ ନୀତିଗତ ପ୍ରସଙ୍ଗ ଏବଂ ଏହାର ବିସ୍ତୃତ ଶୁଣାଣି କରାଯିବ । ଆବେଦନକାରୀ ଇଏସ୍ ଶର୍ମାଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିବା ପରେ କୋର୍ଟଙ୍କ ମନ୍ତବ୍ୟ…

Read More