Author: TRUPTIMAYEE SAHOO

Trump Tariff: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଇସ୍ରାଏଲ ଏବଂ ଭିଏତନାମ ସହ ବାଣିଜ୍ୟ ଚୁକ୍ତିକୁ ସୁରକ୍ଷିତ କରିବା ଏବଂ ଶୁଳ୍କକୁ ଏଡ଼ାଇବା ପାଇଁ ଆଲୋଚନା କରୁଛନ୍ତି ବୋଲି ସିଏନଏନ ରିପୋର୍ଟ କରିଛି । ବାଣିଜ୍ୟ ଅସନ୍ତୁଳନ ଦୂର କରିବା ଏବଂ ଆମେରିକାର ଏହି ପ୍ରମୁଖ ସହଯୋଗୀମାନଙ୍କଠାରୁ ଆମଦାନୀ ଉପରେ ନୂତନ ଶୁଳ୍କକୁ ରୋକିବା ଏହି ଆଲୋଚନାର ଉଦ୍ଦେଶ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଇସ୍ରାଏଲ ଏବଂ ଭିଏତନାମର ପ୍ରତିନିଧିଙ୍କ ସହ ବାଣିଜ୍ୟ ବୁଝାମଣା ପାଇଁ ସକ୍ରିୟ ଭାବେ ଆଲୋଚନା କରୁଛନ୍ତି ବୋଲି ସିଏନ୍ଏନ୍ ର ଏକ ରିପୋର୍ଟରେ କୁହାଯାଇଛି। ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଏହି ଆଲୋଚନା ଚାଲିଛି, ଯଦି କୌଣସି ବୁଝାମଣା ନହୁଏ ତେବେ ଏହି ଦେଶଗୁଡ଼ିକରୁ ଆମଦାନୀ ଉପରେ ନୂଆ ଶୁଳ୍କ ଲାଗୁ ହେବ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ କହିଛନ୍ତି ଯେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର…

Read More