Author: TRUPTIMAYEE SAHOO

BJP: ଏହାପରେ ପ୍ରଶିକ୍ଷଣ ଶିବିରରେ ବିଜେପି ସାଂସଦ ଓ ବିଧାୟକଙ୍କୁ ଦେବେ ପରାମର୍ଶ ଆସନ୍ତା ୧୧ ତାରିଖରେ କଟକରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଏପ୍ରିଲ ୧୧ ତାରିଖ ଅପରାହ୍ନରୁ ପୁରୀରେ ଆରମ୍ଭ ହେବାକୁ ଥିବା ଦଳର ସାଂସଦ ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କର୍ମଶାଳା ଏପ୍ରିଲ ୧୩ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଦଳର ରାଷ୍ଟ୍ରୀୟ ସଭାପତି ଓ ବରିଷ୍ଠ ନେତାମାନେ ଯୋଗଦେବେ। ସେହି ଅନୁଯାୟୀ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ସେବା କରିବା ଏବଂ ସମାଜର ବିକାଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଜେପି ଏଭଳି ଦୀକ୍ଷାନ୍ତ କାର୍ଯ୍ୟକ୍ରମକୁ ଗମ୍ଭୀରତାର ସହ ନେଉଛି। ସରକାରଙ୍କ ସଫଳତା ଏବଂ ରାଜ୍ୟବାସୀଙ୍କ ପ୍ରତି ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ…

Read More