Author: TRUPTIMAYEE SAHOO

Waqf Act: ମୁର୍ଶିଦାବାଦରୁ ସାମ୍ପ୍ରଦାୟିକ ଅଶାନ୍ତି ଖବର ପ୍ରକାଶ ପାଇବା ପରେ ଭିଏଚପି ଏହାକୁ ଓ୍ଵାକଫ୍ ଆଇନକୁ ବିରୋଧ କରିବା ବାହାନାରେ ଦେଶବ୍ୟାପୀ ଦଙ୍ଗା ଘଟାଇବା ପାଇଁ ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ବୋଲି ଭାବୁଛି। ରାଜନୈତିକ ଫାଇଦା ପାଇଁ କେତେକ ତତ୍ତ୍ୱ ଦେଶକୁ ଅଶାନ୍ତି ଆଡ଼କୁ ଠେଲି ଦେଉଥିବା ବେଳେ ଓ୍ଵାକଫ୍ ବୋର୍ଡକୁ ବେଆଇନ ଜମି ଦଖଲ ପାଇଁ ବ୍ୟବହାର କରାଯାଉଛି ବୋଲି ସଂଗଠନ ଅଭିଯୋଗ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଚାଲିଥିବା ସାମ୍ପ୍ରଦାୟିକ ଅସ୍ଥିରତାର ଖବର ସାମ୍ନାକୁ ଆସୁଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ୱାକଫ୍ ଆଇନକୁ ବିରୋଧ କରିବା ଆଳରେ ଦେଶବ୍ୟାପୀ ଦଙ୍ଗା ସୃଷ୍ଟି କରିବା ପାଇଁ ଏକ ବିପଜ୍ଜନକ ଷଡ଼ଯନ୍ତ୍ରକୁ ନିନ୍ଦା କରିଛି। ଧର୍ମନିରପେକ୍ଷ-ଜିହାଦୀ ତତ୍ତ୍ୱ ମାନେ ରାଜନୈତିକ ଫାଇଦା ପାଇଁ ଦେଶକୁ ଅଶାନ୍ତି ଆଡ଼କୁ ଠେଲି ଦେଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। ଭିଏଚପିର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଜୈନ ଉଦବେଗ ପ୍ରକାଶ କରି କହିଛନ୍ତି,…

Read More