Author: TRUPTIMAYEE SAHOO

Waqf (Amendment) Act: ସଂଶୋଧନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିସନ୍ ଦାଖଲ ହୋଇଥିବା ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଇଛି। ୱାକଫ୍ (ସଂଶୋଧନ) ଆଇନ, ୨୦୨୫କୁ ସମର୍ଥନ କରି ହିନ୍ଦୁ ସେନା ବୁଧବାର ସୁପ୍ରିମକୋର୍ଟରେ ହସ୍ତକ୍ଷେପ ପାଇଁ ଆବେଦନ କରିଛି। ଓ୍ଵାକଫ୍ ଆଇନ, ୧୯୯୫ରେ ଆଗତ ସଂଶୋଧନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିସନ୍ ଦାଏର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦ୍ୱାରା ଦାଖଲ କରାଯାଇଥିବା ସଦ୍ୟତମ ଆବେଦନରେ କୁହାଯାଇଛି ଯେ ଏହି ସଂଶୋଧନ ଭାରତୀୟ ସମ୍ବିଧାନର ଯୋଜନା ସହିତ ସମାନ। ଏଥିରେ ମୁସଲମାନ ସମ୍ପ୍ରଦାୟର କୌଣସି ସଦସ୍ୟଙ୍କ ଅଧିକାରର ଉଲ୍ଲଂଘନ କରାଯାଇନାହିଁ। ବରଂ ଓ୍ଵାକଫ୍ ଆଇନ, ୧୯୯୫ର ଅବ୍ୟବହୃତ ବ୍ୟବସ୍ଥା ସମାଜର ଅଣମୁସଲମାନ ସଦସ୍ୟଙ୍କ ଅଧିକାର ଓ ସ୍ୱାର୍ଥ ପ୍ରତି ଗମ୍ଭୀର ଆଘାତ ସୃଷ୍ଟି କରିଥିଲା। କାରଣ ଓ୍ଵାକଫ୍ ଆଇନ, ୧୯୯୫ର ଧାରା ୪୦…

Read More