Author: TRUPTIMAYEE SAHOO

Pahalgam:  ଆକ୍ରମଣକାରୀ ଏକେ-୪୭ ଚଳାଉଥିବାର ଦେଖିବାକୁ ମିଳିଛି। ଜମ୍ମୁ-କାଶ୍ମୀରର ପହଲଗାମର ବୈସରଣ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇବାରୁ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମରେ ଗତକାଲି  ପର୍ଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଦେଶକୁ ସ୍ତବ୍ଧ କରିଦେଇଛି। ପହଲଗାମ ପର୍ଯ୍ୟଟନ ଆକ୍ରମଣ ପଛରେ ଥିବା ଆତଙ୍କବାଦୀର ପ୍ରଥମ ଚିତ୍ର ଏବେ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଦ୍ୱାରା ମିଳିଥିବା ଏକ ଫଟୋରେ ଏକେ-୪୭ ଚଳାଉଥିବାର ଦେଖିବାକୁ ମିଳିଛି। ଧୂସର ରଙ୍ଗର କୁର୍ତ୍ତା ପାଜାମା ପିନ୍ଧିଥିବା ଆକ୍ରମଣକାରୀ ହାତରେ ଏକେ-୪୭ ଧରି ପଛପଟୁ କ୍ୟାମେରାରେ କଏଦ ହୋଇଛି। ‘ମିନି ସ୍ୱିଜରଲ୍ୟାଣ୍ଡ’ ନାମରେ ପରିଚିତ ବୈସରଣ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାବେଳେ ହୋଇଥିବା ଏହି ଭୟଙ୍କର ଆକ୍ରମଣରେ ୨୮ ଜଣ ପ୍ରାଣ ହରାଇଥିଲେ। ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବିରଳ ଆକ୍ରମଣ…

Read More