Author: TRUPTIMAYEE SAHOO

Terrorists Attack: ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସଶସ୍ତ୍ର ଆତଙ୍କବାଦୀମାନେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଗ୍ରାସଲ୍ୟାଣ୍ଡ ଭିତରକୁ ଆସି ଭୋଜନାଳୟରେ ବୁଲୁଥିବା ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। କାଶ୍ମୀରର ପହଲଗାମ ନିକଟରେ ଥିବା ଏକ ଲୋକପ୍ରିୟ ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀମାନେ ଅନ୍ଧାଦୁନିଆ ଗୁଳି ଚଳାଇ ୨୮ ଜଣଙ୍କ ଜୀବନ ନେଇଥିବା  ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ପର୍ଯ୍ୟଟକ। ଗୁଳିମାଡ଼ରେ ଆହତ ଅନେକ ପର୍ଯ୍ୟଟକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ୩ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ସୁରକ୍ଷା ବାହିନୀ ଉଦ୍ଧାର ଅଭିଯାନ ଜାରି ରଖିଛି। ପହଲଗାମର ବୈସରନ ଉପତ୍ୟକାରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହା ଏକ ଟାର୍ଗେଟ୍ ଷ୍ଟ୍ରାଇକ୍ ଥିଲା; ଯେଉଁଥିରେ କିଛି ଆତଙ୍କବାଦୀ ଛଦ୍ମବେଶରେ…

Read More