Author: TRUPTIMAYEE SAHOO

Terror Attack: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ସମଗ୍ର ବିଶ୍ୱର ନେତାମାନେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି। ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ହେବା ପରେ ବିଶ୍ୱ ନେତାମାନେ ଚକିତ ହେବା ସହ  ତୀବ୍ର ନିନ୍ଦା କରିଛନ୍ତି। ୟୁନାଇଟେଡ଼ ଷ୍ଟେଟସ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ଭାରତପ୍ରତି ଦୃଢ଼ ସମର୍ଥନ ଜଣାଇଛନ୍ତି। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। ଆମେ ହରାଇଥିବା ଲୋକଙ୍କ ଆତ୍ମା ଏବଂ ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ ବୋଲି ଟ୍ରମ୍ପ୍ ଲେଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ସମବେଦନା ଜଣାଇଛନ୍ତି।…

Read More