Author: TRUPTIMAYEE SAHOO

ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ଆମେରିକୀୟ ସେନା ଦ୍ୱାରା ରେକର୍ଡ କରାଯାଇଥିବା ଏକ ରହସ୍ୟମୟ ଫୁଟେଜ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଫୁଟେଜ କୌଣସି ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ, ବରଂ ଏହା ଯେତିକି ବାସ୍ତବ ଏବଂ ସେତିକି ଭୟଙ୍କର। ଏହି ଭିଡିଓରେ ଏକ ଅଜଣା ଉଡ଼ନ୍ତା ଥଳିଆ ବା ୟୁଏଫଓ (ଯାହାକୁ ଆମେରିକୀୟ ସେନା ଏବେ ‘ୟୁଏପି’ ବୋଲି କହୁଛି) ଆକାଶରେ ଦୃଶ୍ୟମାନ ହୋଇଛି। ଏହାର ଆକାର ସମ୍ପୂର୍ଣ୍ଣ ଗୋଲାକାର, ଅର୍ଥାତ୍ ଏକ ‘ଡିସ୍କ’ ପରି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ୟୁଏଫଓ ବିନା କୌଣସି ଇଞ୍ଜିନର ଶବ୍ଦ, ବିନା କୌଣସି ତାପ ସହ ଆକାଶରେ ନିର୍ବିଘ୍ନରେ ଉଡ଼ୁଥିବା ଦେଖାଯାଇଛି। ଏହି ଭିଡିଓକୁ ସ୍ୱାଧୀନ ଅନୁସନ୍ଧାନୀ ସାମ୍ବାଦିକ ଜେରେମୀ କର୍ବେଲ ନିଜର ସୋସିଆଲ ମିଡିଆରେ ଲିକ୍ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଏହି ଫୁଟେଜ ୨୦୨୦ ନଭେମ୍ବରରେ ଆମେରିକୀୟ ସେନା ଦ୍ୱାରା ରେକର୍ଡ କରାଯାଇଥିଲା…

Read More