Author: TRUPTIMAYEE SAHOO

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ୩ରଥର ବେଶ୍ ଗୁରୁତ୍ୱ ରହିଛି । ଏହି ରଥ ତିଆରି କାମ ଅକ୍ଷୟତୃତୀୟା ଠାରୁ ରଥ ଖଳାରେ ଆରମ୍ଭ ହୋଇଯାଏ । ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ରଥ ତିଆରି କରିବା ସହ ରଥରେ ଗଢ଼ାଯାଇଥିବା ମୂର୍ତ୍ତିଗୁଡ଼ିକରେ ରଙ୍ଗ କରିଥାନ୍ତି । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ । ନନ୍ଦିଘୋଷ ‘ନନ୍ଦିଘୋଷ’  ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି । ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୬ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ । ସାରଥି: ଦାରୁକ । ରଥର ଦଉଡ଼ି: ଶଙ୍ଖଚୂଡ଼ । ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ…

Read More