Author: TRUPTIMAYEE SAHOO

ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି଼ । ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି । ଗତ କିଛି ବର୍ଷ ଧରି ଏହି ଦଉଡ଼ି ରାଜ୍ୟ କେରଳ କଏର ନିଗମରୁ ଆଣାଯାଉଅଛି ।  ୧. ୮ ଇଞ୍ଚ ଗୋଲାଇ ବିଶିଷ୍ଟ ୨୨୦ ଫୁଟ୍ ଲମ୍ବର ୧୨ ଗୋଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକ ପଡିଥାଏ। ୨. ୩ ଇଞ୍ଚ ଗୋଲାଇ ବିଶିଷ୍ଟ ୪୫୦ ଫୁଟ୍ ଲମ୍ବର ୩ଟି ଦଉଡି ରଥ ଘେର ପାଇଁ ଦରକାର ହୋଇଥାଏ। ୩. ୨୨୦ ଫୁଟ୍ ଲମ୍ବର ଏକଗୋଟି ଦଉଡି ଜରୁରୀ ଆବଶ୍ୟକତା ପାଇଁ ସଂରକ୍ଷିତ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ । ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି । ଡାହୁକ ରଥ…

Read More