Author: TRUPTIMAYEE SAHOO

ପବିତ୍ର ରଥଯାତ୍ରାରେ ଅନ୍ନ ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ପୁଷ୍ଟିକର ଏବଂ ଗରମ ଭୋଜନ ବିତରଣ କରୁଛି ରିଲାଏନ୍ସ । ଜୁନ ୨୬ ତାରିଖରୁ ଆରମ୍ଭ ହୋଇଥିବା ରିଲାଏନ୍ସର ଏହି ୧୩ ଦିନ ବ୍ୟାପୀ ଅନ୍ନ ସେବା ଜୁଲାଇ ୮, ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଜାରି ରହିବ । ଉଭୟ ମଧ୍ୟାହ୍ନ ଏଵଂ ସନ୍ଧ୍ୟାରେ ରିଲାଏନ୍ସ ଫାଉଣ୍ଡେସନ୍ ପୁରୀରେ ପ୍ରମୁଖ ସ୍ଥାନଗୁଡିକରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରୁଛି । ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମରୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବା ବିଞ୍ଚଣା ବିତରଣ କରାଯାଉଛି । ପୁରୀରେ ଭକ୍ତଗଣଙ୍କର ସେବା କରିବାର ଏହି ସୁଯୋଗ ବାସ୍ତବରେ ଏକ ଆଶୀର୍ବାଦ । ଆମେ ବିଶ୍ୱାସ କରୁଛୁ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କ ସେବା କରି…

Read More