Author: TRUPTIMAYEE SAHOO

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯେଉଁ ଯୋଜନା ଚାଲିଛି ତା’ର ବ୍ଲୁ-ପ୍ରିଣ୍ଟ ନବୀନ ନିବାସରୁ ତିଆରି ହୋଇଛି । ବିଜେଡିର ଜଣେ ପୂର୍ବତନ ସାଂସଦଙ୍କ ଓଏଏସ ଅଫିସର ସ୍ୱାମୀ ତଥା ପୂର୍ବରୁ ନବୀନ ନିବାସରେ ଟହଲିଆ ଥିବା ରବୀନ୍ଦ୍ର ସେଠୀ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ରାଜନୀତିକ ମହଲରେ ଆଲୋଚନା ହେଉଛି । ନବୀନ ନିବାସ ଇସାରାରେ ସେ ଓଏଏସ ସଂଘକୁ ସରକାର ବିରୋଧରେ ଅସ୍ତ୍ର ବ୍ୟବହାର କରୁଛନ୍ତି । ସଂଘ ସହ ରାଜ୍ୟ ସରକାରଙ୍କ ସକରାତ୍ମକଭାବେ ଆଲୋଚନାର ମୋଡ଼ ବଦଳାଇବାରେ ରବୀନ୍ଦ୍ର ସେଠୀ ଆୟୁଧ ସାଜୁଛନ୍ତି । ଓଏଏସ ସଂଘ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ପୁଣି କାହିଁକି ସରକାରଙ୍କ ବିରୋଧରେ ମୁଣ୍ଡ ଟେକିଛି। ଏହାକୁ ନେଇ ତନାଘନା ଚାଲିଥିବାବେଳେ ଏବେ ନବୀନ ନିବାସର ସାଂଘାତିକ ସତ ପଦାକୁ ଆସିଛି । ନବୀନ ନିବାସର ଇସାରାରେ ସେ…

Read More